2 3 640x430 1 1

ନୂଆବର୍ଷରେ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ବିରୋଧ

Spread the love

ପୁରୀ: ଆସନ୍ତା ଜାନୁୟାରୀ ୧ ନୂଆବର୍ଷ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାଯିବ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ମହାପ୍ରଭୁଙ୍କୁ କାହିଁକି ଅନିଦ୍ରା ରଖାଯିବ​‌ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ୍ଵର ସାହୁ। ଏ ନେଇ ସେ ଗଜପତି ମହାରାଜା, ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ପ୍ରତିବାଦ ଜଣାଇଛନ୍ତି।

ମହେଶ୍ଵର ଚିଠିରେ ଲେଖିଛନ୍ତି ଯେ, ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ଆଦୌ ସମୀଚିନ ନୁହେଁ। ପ୍ରତିବର୍ଷ ଏପରି ନିଷ୍ପତ୍ତିକୁ ଦର୍ମଶାସ୍ତ୍ରବିତ୍ ଏବଂ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତେଣୁ ଜାନୁୟାରୀ ୧ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନ ଯାଉଛି। ମହାପ୍ରଭୁଙ୍କ ସ୍ବାଭାବିକ ଦୈନନ୍ଦିନ ନୀତିକାନ୍ତିର ବ୍ୟବସ୍ଥା କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *