Images

ହାଇଦ୍ରାବାଦ ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

Spread the love

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପୁଲିସ ଶନିବାର ଚାର୍ଜଶିଟ୍‌ ଦାଖଲ କରିଛି। କୋର୍ଟରେ ଦାଖଲ ହୋଇଥିବା ୧୦୦ ପୃଷ୍ଠାର ଚାର୍ଜଶିଟ୍‌ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାମ ରହିଛି। ମାମଲାର ୧୧ ନମ୍ବର ଅଭିଯୁକ୍ତ ହେଉଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। ଏହା ସାମ୍ନାକୁ ଆସିବା ପରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଏହି ମାମଲାରେ ଅଲ୍ଲୁଙ୍କୁ ଫସାଇବାକୁ ଉଦ୍ୟମ କରିଥିବା ପ୍ରଶଂସକ ଅଭିଯୋଗ କରିଛନ୍ତି।

ଏହାବ୍ୟତୀତ ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ସନ୍ଧ୍ୟା ଥିଏରଟର ପରିଚାଳନା ସଂସ୍ଥାକୁ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ମାସରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ସମୟରେ ଦଳାଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାବାଳକ ପୁଅ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଅଲ୍ଲୁଙ୍କୁ ପୁଲିସ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ।

Leave a Reply

Your email address will not be published. Required fields are marked *