Bal 750x430

ବାଂଲାଦେଶରେ ଫସିଥିବା ହିନ୍ଦୁଙ୍କ ଜୀବନ ରକ୍ଷା କରିବାକୁ ଭାରତକୁ ନିବେଦନ

Spread the love

ନୂଆଦିଲ୍ଲୀ: ତାରିକ ରହମାନଙ୍କ ଫେରିବା ପରେ ବଢିଲା ବାଂଲାଦେଶୀ ହିନ୍ଦୁଙ୍କ ଭୟ ।ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଏପରି ହୋଇଯାଇଛି ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ ।ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ । ଫଳରେ ସେଠାରେ ନିଜ ଜୀବନ ମରଣ ସହ ଲଢୁଛନ୍ତି ବାଂଲାଦେଶରେ ରହୁଥିବା ହିନ୍ଦୁ । ଏହି ଭୟ ଏବେ ଆହୁରି ବଢିଛି ଯେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ନେତା ତାରିକ ରହମାନ ଫେରିଛନ୍ତି । ରହମାନଙ୍କ ସମର୍ଥନରେ ରାଜନୈତିକ ଅସ୍ଥିରତା ସଂଖ୍ୟାଲଘୁଙ୍କ ଭୟ ଆହୁରି ବଢାଇ ଦେଇଛି । ଏହି ପରିସ୍ଥିତି ରେ ତାରିଖଙ୍କ ଫେରିବା କିଛି କରାପ ସଙ୍କେତ ଦେଉଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ସେଠାରେ ପ୍ରାୟ ୨ କୋଟି ୫୦ ଲକ୍ଷ ହିନ୍ଦୁ ବାସ କରନ୍ତି ।

ଧର୍ମ ପାଇଁ ପ୍ରତିଦନ ଅପମାନିତ ହେଉଛନ୍ତି କିନ୍ତୁ ଭୟରେ ପ୍ରତିବାଦ କରିପାରୁ ନାହାନ୍ତି । କାରଣ ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ । ନିଜ ପରିବାର ପାଇଁ କିଛି ନକହି ସେଠି ତିଳ ତିଳ ହୋଇ ଜଳୁଛନ୍ତି ହିନ୍ଦୁ । ଏହି ହିଂସା ଫଳରେ ସେଠାରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଭୟ ଆତଙ୍କ ଖେଳିଯାଇଛି । ରଙ୍ଗପୁରରେ ଜଣେ ୫୨ ବର୍ଷୀୟ ହିନ୍ଦୁ ବାସିନ୍ଦା କହିଛନ୍ତି, ଆମେ ଆମ ଧର୍ମ ପାଇଁ ପ୍ରତିଦିନ ଅପମାନର ସମ୍ମୁଖୀନ ହେଉଛୁ, କିନ୍ତୁ ପ୍ରତିବାଦ କରିପାରୁନୁାହୁଁ । ରାସ୍ତାରେ ଆମେ ଯେଉଁ ଅପମାନ ପାଉଛି ତାହା ଯେକୌଣସି ସମୟରେ ଭିଡ଼ ହିସାଂରେ ପରିଣତ ହୋଇପାରେ । ଆମେ ଭୟ କରୁଛୁ ଯେ ଦୀପୁ କିମ୍ବା ଅମୃତଙ୍କ ପରି ସମାନ ଅବସ୍ଥା ଭୋଗିବାକୁ ପଡିପାରେ । ଆମେ ଫସି ରହିଛୁ ଯିବାକୁ କୌଣସି ବାଟ ନାହିଁ । ସବୁଠୁ ବଡ଼ ଭୟ ହେଉଛି ବିଏନପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି ।

କାରଣ ଏହି ଦଳକୁ ସଂଖ୍ୟାଲଘୁଙ୍କ ପ୍ରତି ଶତ୍ରୁ ବୋଲି ବିବେଚନା କରାଯାଏ । ଆମେ ଭାରତ ଯିବାକୁ ଚାହୁଁଛୁ କିନ୍ତୁ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଅଛି ।” ସେହିପରି ଢାକାରେ ଜଣେ ହିନ୍ଦୁ ବାସିନ୍ଦା କହିଛନ୍ତି,” ଦୀପୁ ଦାସଙ୍କ ଲିଞ୍ଚିଂ ଆମକୁ ପୂର୍ବରୁ ଭୟଭୀତ କରିଥିଲା । ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ଚିନ୍ତାକୁ ଆହୁରି ବଢାଇ ଦେଇଛି । ଯଦି ବିଏନପି କ୍ଷମତାକୁ ଆସେ ତେବେ ଆମ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଆମକୁ ଏଠାରୁ ରକ୍ଷା କାରନ୍ତୁ ହିନ୍ଦୁଙ୍କ ପାଇଁ ଏଠି କୌଣସି ସ୍ଥାନ ନାହିଁ’ । ତେବେ ଦିନକୁ ଦିନ ଅଧିକ ତେଜୁଥିବା ଏହି ହିଂସା ଫଳରେ ସେଠାରେ ଅସୁରକ୍ଷିତ ଥିବା ହିନ୍ଦୁଙ୍କ ପାଇଁ ଭାରତ କି ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *