Ias vinod kumar e1766763283295 300x161

ଦ୍ବାଦଶ ଥର ଦୋଷୀ ସାବ୍ୟସ୍ତ ହେଲେ ବିନୋଦ କୁମାର

Spread the love

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆରଏଚଡିସି)ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ମାମଲାରେ ସେ ଦ୍ବାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନାରେ ଦଣ୍ଡିତ କରିଛନ୍ତି। ବିଦୋନଙ୍କ ସମେତ ୭ ଜଣଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ବିନୋଦ ଓଆରଏଚଡିସିର ପରିଚାଳନା ନିର୍ଦେଶକ ଥିଲେ। ସେହି ସମୟରେ ୫୨ ଲକ୍ଷ ୯୫ ହଜାର ଟଙ୍କାର ସରକାରୀ ଅର୍ଥ ହେରଫେର ହୋଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ଆସିଥିଲା। ଯାହାର ତଦନ୍ତ କରିଥିଲା ଭିଜିଲାନ୍ସ ବିଭାଗ।

Leave a Reply

Your email address will not be published. Required fields are marked *