Gyanesh kumar

୨୭ରେ ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ

Spread the love

ଭୁବନେଶ୍ବର : ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ ସେ କୋଣାର୍କ ଯିବେ।

ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୨୮ ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ। ଶେଷ ଦିବସ ବା ୨୯ ତାରିଖରେ ସେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ ଦେବେ।

Leave a Reply

Your email address will not be published. Required fields are marked *