Download

ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ, କୋଟିଏ ଟଙ୍କାର ରେଞ୍ଜ ରୋଭର ଜବତ

Spread the love

ଭୁବନେଶ୍ଵର: ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ। ଏହି ସମୟରେ ରାଜଧାନୀରୁ ଦାମୀ ଗାଡି ଜବତ କରିଛି ଏଜେନ୍ସି। ଏକ କୋଟିରୁ ଉର୍ଦ୍ଧ ଟଙ୍କାର ରେଞ୍ଜ ରୋଭର ଜବତ ହୋଇଛି। ଏହା ପୂର୍ବରୁ ୫୫ ଗାଡି ଜବତ କରିବା ସହ ୩୫ ଲକ୍ଷ ଫ୍ରିଜ କରାଯାଇଛି। ରାଜାଚକ୍ର ମାମଲାରେ ୫ ଜଣଙ୍କୁ ଗିରଫ କରିଥିଲା EOW।
ସୂଚନା ଅନୁଯାୟୀ, ଜବତ ରେଞ୍ଜ ରୋଭର ଗାଡ଼ିର ମାଲିକାନା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିନେରାଲ୍ସ ସଂସ୍ଥାର ମାଲିକ ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ର ନାଁରେ ଥିବା ଜଣାପଡ଼ିଛି। ଗାଡ଼ିଟିକୁ ଗତ ୨୩ ତାରିଖରେ ପାହାଳ ଅଞ୍ଚଳର ଗୁଲମୋହର କୋର୍ଟ ଆପାର୍ଟମେଣ୍ଟ ନିକଟରୁ ଜବତ କରାଯାଇଥିଲା। ଗାଡ଼ିଟିଗନ୍ଧମାର୍ଦ୍ଦନ ଲୋଡିଂ ଏବଂ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ୍ ସୋସାଇଟି, ସୁଆକାଟି, କେନ୍ଦୁଝରର ବ୍ୟାପକ ଠକେଇ ଏବଂ ଅବୈଧ ଟଙ୍କାରେ କିଣାଯାଇଥିବା ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଛି ।
ଏହି ମାମଲାରେ ୪୦ରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ୩୨ କୋଟି ଟଙ୍କାରୁ ଅଧିକ ଟଙ୍କା ଦୁରୁପଯୋଗ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଏହି ମାମଲାରେ ସୌମ୍ୟ ଶଙ୍କର ଓରଫ୍ ରାଜା ଚକ୍ର ସମେତ ମୋଟ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

Leave a Reply

Your email address will not be published. Required fields are marked *