Naveen patnaik 1068x559

ସହିଦନଗର ଗଣଦୁଷ୍କର୍ମ ମାମଲାକୁ ନେଇ ନବୀନଙ୍କ ଉଦବେଗ

Spread the love

ଭୁବନେଶ୍ବର: ସହିଦନଗର ଗଣଦୁଷ୍କର୍ମ ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମହିଳା ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ନବୀନ ଲେଖିଛନ୍ତି, ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର। ପୁଣି କଳଙ୍କ ମୁଣ୍ଡାଇଛି ଓଡ଼ିଶା। କେବେ ଆଉ ଚେତିବ ବିଜେପି ସରକାର ?

ଦିନଦ୍ଵିପ୍ରହରରେ ପୁଣି ଜଣେ ନାବାଳିକା ଭୁବନେଶ୍ୱରରେ ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ। କୁଆଡ଼େ ଯାଇଛି ଆଇନଶୃଙ୍ଖଳା ? ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି। ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କଲେଣି। ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି ବୋଲି ସେ କହିଛନ୍ତି।

ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ କହିଛନ୍ତି।

Leave a Reply

Your email address will not be published. Required fields are marked *