ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ, ୩୦୦ ଟପିଲା ଗୁଣବତ୍ତା ସୂଚକାଙ୍କ ମାନ

Spread the love

ଭୁବନେଶ୍ୱର : ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ।  ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ ।  ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି ।   ନିଶ୍ୱାସରେ ବିଷ ନେଉଛନ୍ତି ଯାହା ଶରୀରକୁ ଯାଇ ରକ୍ତରେ ମିଶି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି ।  ସହରା଼ଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି  ।  ଏହା ନିୟନ୍ତ୍ରଣ ଠିକ ଭାବେ ହୋଇପାରୁନି  ।

୩୦୦ ଉପରେ ବାୟୁ ଗୁଣବତ୍ତା ସୂଚକ ରହିଛି ଯାହା ବାୟୁ ମଣ୍ଡଳର ଗୁଣାତ୍ମକ ମାନ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ।  ବାୟୁ ପ୍ରଦୂଷଣ ବଢୁଥିବାର ଉତ୍ସ ଗୁଡ଼ିକ ହେଲା ଦିନକୁ ଦିନ ଗାଡି ଚଳାଚଳ ସଂଖ୍ୟା ବୃଦ୍ଧି, ଛୋଟ ବଡ଼ କଳକାରଖାନାରୁ ନିର୍ଗତ ଧୂଆଁ, ରାସ୍ତା ଖୋଳା ଯାଉଛି,  ଘର ଭଙ୍ଗା ଯାଇ ନୂଆ ନିର୍ମାଣ ହେଉଛି,  ବାଲି ମାଟି ଗୋଡି ରାସ୍ତାରେ ପଡି ରହୁଛି ତା ଉପରେ ଗାଡି ଚଳାଚଳ ହେବା ଦ୍ୱାରା ସେ ସବୁ ଭାଙ୍ଗି ଛୋଟ ଛୋଟ କଣିକାରେ ପରିଣତ ହୋଇଥାଏ  । ଏ ସମସ୍ତ ବର୍ଜ୍ୟ ପଦାର୍ଥରୁ ବିଷାକ୍ତ ପଦାର୍ଥ ବାହାରିଥାଏ ସେଥିରୁ ମଧ୍ୟ ବାୟୁ ପ୍ରଦୂଷଣ ହୋଇଥାଏ  । ଶୀତ ଦିନେ ବାୟୁ ପ୍ରବାହ କମ ରହିଥାଏ  । ତେଣୁ ଏହି ସମୟରେ ଖରାପ ସ୍ତର ଦେଇ ବାୟୁମଣ୍ଡଳ ଗତି କରୁଥାଏ ବୋଲି ପରିବେଷବିତ ଜୟ କୃଷ୍ଣ ପାଣିଗ୍ରାହୀ କହିଛନ୍ତି ।

Leave a Reply

Your email address will not be published. Required fields are marked *