Elephant 2

ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

Spread the love

ଭୁବନେଶ୍ଵର: ଚନ୍ଦକା ଅଞ୍ଚଳରେ ଘୁରି ବୁଲୁଥିବା ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଶୁକ୍ରବାର ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଛି। ହାତୀଟିର ବାମ ଗୋଡ଼ ଫୁଲିଛି। କ’ଣ ପାଇଁ ଗୋଡ଼ ଫୁଲିଛି ତାହା ଜାଣିବା ଲାଗି ଓୟୁଏଟି ଏବଂ ନନ୍ଦନକାନନ ଟିମ୍ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଛି।

ହାତୀଟିକୁ କେହି ଗୁଳିମାଡ଼ କରିଛନ୍ତି କି ତୀରମାଡ଼ ହୋଇଛି ଅଥବା ସଂକ୍ରମଣ ଯୋଗୁ ଗୋଡ଼ ଫୁଲିଛି ତାହାର ନିରୀକ୍ଷଣ କରାଯାଉଛି। ସୂଚନାଯୋଗ୍ୟ, ଏହି ଦନ୍ତାହାତୀ ଗତ ୩/୪ ଦିନ ହେବ ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଥିଲା। ଗତ ଗୁରୁବାର ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯିବା ସମୟରେ ସେ ଆକ୍ରମଣ କରିଥିଲା। ଯାହାଫଳରେ ଫରେଷ୍ଟରଙ୍କର ସମେତ ୨ ଜଣ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *