Whatsapp image 2025 12 19 at 2.14.46 pm 1068x612

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ଦଳୀୟ ନେତା ଓ କର୍ମୀ

Spread the love

ଭୁବନେଶ୍ୱର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତାମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର ନେତା ଏବଂ କର୍ମୀ ମାନେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସମାନ ଅଭିଯୋଗ କରିଛନ୍ତି ।ସରକାରୀ ଅବହେଳା ଯୋଗୁଁ ହିଞ୍ଜିଳି ମ୍ୟୁନିସିପାଲଟି ଅଞ୍ଚଳରେ ବିକାଶ କାମ ସ୍ଥାଣୁ ହୋଇଥିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଅଧୋଗତି ନେଇ ବିଜେଡି ନେତା ଓ କର୍ମୀ ମାନେ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି ।

ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଉନ୍ନତ ଭିତ୍ତିଭୂମି ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଡାକ୍ତର ଓ ଷ୍ଟାଫ ଅଭାବ ଯୋଗୁଁ ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି । ମ୍ୟୁନିସିପାଲିଟିରେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ପ୍ରତି ସରକାର ସମ୍ପୂର୍ଣ୍ଣ ଉଦାସୀନ ଯୋଗ୍ୟ ବ୍ୟକ୍ତିଙ୍କୁ ରାସନ କାର୍ଡ଼ ଓ ଭତ୍ତା ମନମୁଖୀ ଭାବରେ କାଟି ଦିଆଯାଉଛି ।

ଅଭିଯୁକ୍ତ ନିର୍ଭୟରେ ବୁଲୁଥିବା ବେଳେ ଅଭିଯୋଗ କରୁଥିବା ଲୋକ ନାମରେ ମାମଲା କରାଯାଉଛି । ଦଳୀୟ ମନୋଭାବ ନେଇ ପୁଲିସ ପ୍ରଶାସନର କାମ ଯୋଗୁଁ ସାଧାରଣ ଲୋକ ଥାନାକୁ ଯିବାକୁ ଭୟ କରୁଛନ୍ତି । ଏଭଳି ଅନେକ ଅଭିଯୋଗ ସମ୍ପର୍କ ରେ ବିଜେଡି ନେତା କର୍ମୀ ମାନେ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ ।

ଶ୍ରୀ ପଟ୍ଟନାୟକ ଏସବୁ ଅଭିଯୋଗ ବିଷୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ଦିଗରେ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସମେତ ହିଞ୍ଜିଳି ମୁନିସିପାଲିଟିର ଚେୟାରମ୍ୟାନ୍‌ ସୁବାସ ପଲେଇ, ରୋଗୀକଲ୍ୟାଣ ସମିତି ସଭାପତି ନୀଳମଣି ପଟ୍ଟନାୟକ, ହୃଦାନନ୍ଦ ମହାପାତ୍ର,ମନୋଜ ପଲେଇ ଶୋଭା ମହାରଣା ଉପସ୍ଥିତ ଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମହାରଣା ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *