Apartments e1709824582963

୨୦ ହଜାର ଟଙ୍କାରେ କରିପାରିବେ ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍

Spread the love

ଭୁବନେଶ୍ୱର: ଆଉ ଚଳିବନି ବିଲ୍ଡରଙ୍କ ମନମାନି। ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି। ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ ମାଲିକାନା ସେଠାକାର ବାସଗୃହ କ୍ରେତାଙ୍କ ହାତକୁ ଯିବ। ଏଥିସହ ସହଜ ହେଲା ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍। ମାତ୍ର ୨୦ ହଜାର ଟଙ୍କାରେ ରେଜିଷ୍ଟ୍ରେସନ୍ ହେବ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ। ରାଜସ୍ବ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି।

ଆସୋସିଏସନ୍ ଅଫ ଆଲଟି ବା ବାସଗୃହ କ୍ରେତାଙ୍କ ସଂଘ ନାମରେ ପଞ୍ଜୀକୃତ ହେବ କମନ୍ ଏରିଆ। ଏଥିପାଇଁ ରେଜିଷ୍ଟ୍ରେସନ୍ ନିୟମରେ ସଂଶୋଧନ ଆଣିଲା ରାଜସ୍ବ ବିଭାଗ। ପୂର୍ବରୁ କମନ୍ ଏରିଆ ରେଜିଷ୍ଟ୍ରେସନ ଫିକୁ ନେଇ ଉପୁଜିଥିଲା ଦ୍ୱନ୍ଦ୍ଵ। ୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣରେ ଏହା ବାଧକ ସୃଷ୍ଟି ହୋଇଥିଲା ।

ଏଣିକି ୨୦ ହଜାର ଟଙ୍କାରେ ଆସୋସିଏନସ ଅଫ ଆଲଟି ବା ବାସଗୃହ କ୍ରେତା ସଂଘ ନାଁରେ କମନ ଏରିଆ ପଞ୍ଜିକରଣ ହୋଇପାରିବ । ଗତବର୍ଷ ନଭେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଅଂଶୀଦାରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜିକରଣକୁ ବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *