Crime

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

Spread the love

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସ ଏନ୍‌କାଉଣ୍ଟର କରିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର ହୋଇଥିବା ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅପରାଧୀ ବୁଦ୍ଧିଆ ଗୁରୁତର ହୋଇଛି । ପୋଲିସ ଏନ୍‌କାଉଣ୍ଟର ସ୍ଥଳରୁ ବୁଦ୍ଧିଆ ଗୁଳି କରିଥିବା ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି । ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଭଦ୍ରକ ଏସ୍‌ପିଙ୍କ ସୂଚନା । ବୁଦ୍ଧିଆ ନାଁରେ ରାଜ୍ୟରେ ୫୦ରୁ ଅଧିକ ମାମଲା ରହିଛି।

ଅପରାଧୀର ଡାହାଣ ଗୋଡ଼ରେ ଗୁଳି ବାଜି ଥିବା ବେକେ ସେ ଗୁରୁତର ଭାବରେ ଆହତ ହୋଇଛି। ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ସୂଚନାନୁଯାୟୀ, ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ନମ୍ଵର ନଥିବା ଏକ କଳା ବାଇକ୍‌ ରେ ବୁଲୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା। ବୁଦ୍ଧିଆ ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲା। ଏହାପରେ ପୋଲିସ ପାଲଟା ଜବାବ ଦେଇଥିଲା। ଚରମ୍ପା ମାଲ ଗୋଦାମ ନିକଟକରେ ଏହି ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ବୁଦ୍ଧିଆ ଗୋଡ଼ରେ ଗୁଳି ବାଜିଛି। କମଳାକାନ୍ତର ଅନ୍ୟ ସହଯୋଗୀ ଫେରାର ଅଛି। କମଳାକାନ୍ତ ଆଜି ବ୍ୟାଙ୍କ ଓ ସୁନା ଦୋକାନ ଡକାୟତି କରିବା ପାଇଁ ଯୋଜନା କରିଥିଲା।

 

Leave a Reply

Your email address will not be published. Required fields are marked *