Assembly meeting

ବଢ଼ିଲା ଦରମା: ଭତ୍ତା ସହ ବାଚସ୍ପତି ଓ ଉପବାଚସ୍ପତି ପାଇ​‌ବେ ୪.୨୮ ଲକ୍ଷ

Spread the love

ଭୁବନେଶ୍ବର: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳରେ ୯୮ ହଜାରକୁ ବୃଦ୍ଧି ପାଇଥିବାବେଳେ ଉପବାଚସ୍ପତିଙ୍କ ଦରମା ୩୮ ହଜାରରୁ ୯୪ ହଜାରରୁ ବଢ଼ିଛି।

ପୂର୍ବରୁ ବାଚସ୍ପତି ୪୦ ହଜାର ୫୦୦ ଟଙ୍କା ଦରମା ବାବଦରେ ପାଉଥିଲେ। ଏବେ ତାଙ୍କୁ ୯୮ ହଜାର ଟଙ୍କା ମିଳିବ। ବୈଠକ ଭତ୍ତା ୮୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ମିଳିବ। ସେହିପରି କାର ଭତ୍ତା ମାସିକ ୧୭ ହଜାର ବଦଳରେ ୮୯ ହଜାର ପାଇବେ। ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ। ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ। ବୈଠକ ଭତ୍ତାକୁ ଛାଡ଼ି ଅନ୍ୟାନ୍ୟ  ଭତ୍ତା ସହିତ ମୋଟ ୪ ଲକ୍ଷ ୨୮ ହଜାର ଟଙ୍କା ଦରମା ବାବଦରେ ପାଇବେ।

ସେହିପରି ଉପବାଚସ୍ପତି ବି ବୈଠକ ଭତ୍ତା ବାବଦରେ ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ। କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର, ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ଏବଂ ବାସଗୃହ ଭତ୍ତା ବାବଦକୁ ପୂର୍ବରୁ କିଛି ଟଙ୍କା ମିଳୁ ନ ଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ମିଳିବ। ଉପବାଚସ୍ପତି ବୈଠକ ଭତ୍ତା ଛାଡ଼ି ଅନ୍ୟାନ୍ୟ ଭତ୍ତା ସହିତ ମୋଟ ୪ ଲକ୍ଷ ୧୬ ହଜାର ଟଙ୍କା ଦରମା ବାବଦରେ ପାଇବେ।

Leave a Reply

Your email address will not be published. Required fields are marked *