9912murder16

ଶିଶୁକନ୍ୟାକୁ ହତ୍ୟା କଲା ମାଆ !

Spread the love

ପୁରୀ:ପାରିବାରିକ କଳହର ଦୁଃଖଦ ପରିଣାମ । ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଡେଲାଙ୍ଗର ସଡଙ୍ଗଇ ଗ୍ରାମର ମହିଳା ଜଣକ ପ୍ରଥମେ ଛୁଆଟିକୁ ଏକ ଗଛରେ ଝୁଲାଇ ଦେଇଥିବା ଏବଂ ପରେ ତାକୁ ନେଇ ଏକ ଗାଡିଆକୁ ଫିଙ୍ଗି ଦେଇଥିବା ଗ୍ରାମବାସୀ ଦେଖିବା ପରେ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା।

ଅନ୍ୟପକ୍ଷରେ ଶିଶୁ କନ୍ୟାର ବାପା ତଥା ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ସୁବାସ ବରାଳ ତାଙ୍କ ସ୍ତ୍ରୀ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଏବଂ ଶାଶୁଘର ଲୋକଙ୍କ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଘଟଣା ପରେ ଅଭିଯୁକ୍ତ ମହିଳା ଫେରାର୍ ଅଛନ୍ତି । ପୋଲିସ୍ ତଦନ୍ତ ଆରମ୍ଭ କରିଛି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

 

Leave a Reply

Your email address will not be published. Required fields are marked *