Vegetable market

ପରିବା ବଜାରରେ ଯୋଗାଣ ବିଭାଗର ଚଢ଼ଉ: କମିବ ଦର

Spread the love

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲାରେ ଚଢ଼ଉ କରାଯାଇଛି। ରାଜ୍ୟରେ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧି ହେଉଥିବା ଅଭିଯୋଗକୁ ଭିତ୍ତିକରି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ନିର୍ଦେଶକ୍ରମେ ବିଭାଗର କର୍ମଚାରୀମାନେ ରାଜ୍ୟର ପ୍ରମୁଖ ବଜାରରେ ଯାଞ୍ଚ କରିଥିଲେ।

ବିଭାଗ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ରାଜ୍ୟର ଅନେକ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ସ୍ଥାନୀୟ ଋତୁକାଳୀନ ଫସଲ ନଷ୍ଟ ହୋଇଥିଲା। ଚାହିଦା ପାଇଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ତଥା କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଗତ କିଛିଦିନ ରାଜ୍ୟରେ ଦରଦାମ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ମାତ୍ର ବଜାରକୁ ସ୍ଥାନୀୟ ଫସଲର କିଛି ମାତ୍ରାରେ ଆମଦାନୀ ହେଉଥିବାରୁ ବର୍ତ୍ତମାନ ବଜାରରେ ପନିପରିବାର ସାମାନ୍ୟ ଦର ହ୍ରାସ ଘଟୁଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସ୍ଥାନୀୟ ଋତୁକାଳୀନ ଫସଲ ବହୁଳ ମାତ୍ରାରେ ବଜାରକୁ ଆସିବା ସମ୍ଭାବନା ଥିବାରୁ ପନିପରିବା ଦର ହ୍ରାସ ଘଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି ଯୋଗାଣ ଶୃଙ୍ଖଳ ନିରବଚ୍ଛିନ୍ନ ଥିବା ଏବଂ ଉଚିତ ମୂଲ୍ୟରେ ଖାଉଟି ପନିପରିବା ପାଇବା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *