Screenshot 2025 12 02 001650 (1)

ମିଲର୍ସ ଆସୋସିଏସନର ସହଯୋଗ ପ୍ରତିଶ୍ରୁତି ମିଳିଲା, ରାତି ପାହିଲେ ଧାନ ସଂଗ୍ରହ

Spread the love

ଭୁବନେଶ୍ବର:ଆଜି ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମିଲର୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକୁ ବିଚାରକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ପାତ୍ର କହିବା ପରେ ସହଯୋଗ ପାଇ ମିଲର୍ସ ମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଧାନ କିଣା ପାଇଁ ରାଜ୍ୟ ଯୋଗାଣ ନିଗମ ସହ କଷ୍ଟମ ମିଲସର ବୁଝାମଣା ପତ୍ର ସ୍ଵାକ୍ଷର ପରେ ଆଜି ଠାରୁ ଧାନ ସଂଗ୍ରହ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ।

ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ନେଇ ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା ସହ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ ମଧ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ମଧ୍ୟ ଉକ୍ତ ବୈଠକରେ ଆଲୋଚନା ହୋଇଛି ।

ଏହି ବୈଠକରେ ଓଡିଶା ରାଇସ ମିଲର୍ସ ଆସୋସିଏସନ ସଭାପତି ମହେଶ କୁମାର ବଂଶଲ, ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ, ସମସ୍ତ ୩୦ଟି ଜିଲ୍ଲାର ମିଲର୍ସ ସଂଘ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *