66778999

ବଢିଲା ଏସ୍‌ଆଇଆର୍‌ ପ୍ରକ୍ରିୟା ଅବଧି: ନିର୍ବାଚନ କମିଶନ

Spread the love

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ ସୂଚନା ମିଳିଛି। ଚଳିତ ଏସ୍‌ଆଇଆର୍‌ ପ୍ରକ୍ରିୟା ତାରିଖ ସଂଶୋଧ ବୃଦ୍ଧି ହୋଇଛି। ବର୍ତ୍ତମାନ୍ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଆର୍‌ ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ କରାଯାଉଛି। ବୁଥ୍-ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ଯାଇ ନାଗରିକମାନଙ୍କ ଏସ୍‌ଆଇଆର୍‌ ଫର୍ମ ପୂରଣ କରୁଛନ୍ତି। ପୂର୍ବରୁ ଫର୍ମ ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୪ ଥିଲା। କିନ୍ତୁ ଏବେ ଏହାକୁ ଡିସେମ୍ବର ୧୧ ​​ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚୂଡ଼ାନ୍ତ ତାଲିକା ଫେବୃଆରୀ ୧୪, ୨୦୨୬ରେ ପ୍ରକାଶିତ ହେବ। ଦାବି ଏବଂ ଆପତ୍ତିର ତାରିଖ ୧୬ ଡିସେମ୍ବର ୨୦୨୫ରୁ ୧୫ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରଖାଯାଇଛି। ଅନେକ ଲୋକଙ୍କ ନାମ ଭୋଟର ତାଲିକାରେ ଅନେକ ଥର ଦେଖାଯାଏ। ଏସ୍‌ଆଇଆର୍‌ ଦ୍ବାରା ସେମାନଙ୍କୁ ମଧ୍ୟ ସଫା କରାଯିବ । ଏସ୍‌ଆଇଆର୍‌ ମାଧ୍ୟମରେ ଭୋଟର ତାଲିକା ଶୁଦ୍ଧିକରଣ କରାଯାଉଛି। ଏହି ପ୍ରକ୍ରିୟା ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ କରାଯାଇଥିଲା। ଯେଉଁଠାରେ ପ୍ରାୟ ୪୭ଲକ୍ଷ ନକଲି ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *