Whatsapp image 2025 11 29 at 9.12.43 am

ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ସେ ଗୁଜରାତର ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟ ପ୍ରସ୍ତୁତ କରିଥିଲେ। ପ୍ରତିମୂର୍ତ୍ତି ଅନାବରଣ ଅବସରରେ ଗୋଆ ରାଜ୍ୟପାଳ ଅଶୋକ ଗଜପତି ରାଜୁ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଇକ ଓ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅନାବରଣ ପୂର୍ବରୁ ମୋଦୀ ମଠ ପରିସରସ୍ଥିତ ପ୍ରାଚୀନ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ କି ‘ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠ ନିଜ ସ୍ଥାପନାର ୫୫୦ତମ ବାର୍ଷିକ ଉତ୍ସବ ପାଳନ କରୁଛି। ଗତ ୫୫୦ ବର୍ଷରେ ଏହି ସଂସ୍ଥା ଅନେକ ଝଡଝଞ୍ଜା ସହିଛି। ଯୁଗ ବଦଳୁଛି, ସମୟ, ଦେଶ ଓ ସମାଜ ବଦଳୁଛି; କିନ୍ତୁ ବଦଳୁଥିବା ଯୁଗ ମଧ୍ୟରେ ମଠ ନିଜ ଦିଗ ହରାଇନି ବରଂ ଲୋକଙ୍କୁ ଦିଗ ଦେଖାଇଛି।’

Leave a Reply

Your email address will not be published. Required fields are marked *