Bjp 1024x541

ପଦ୍ମ ଧରିଲେ ତାଳଚେର ପୌରାଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର

Spread the love

ତାଳଚେର : ତାଳଚେରରେ ବିଜେପିର ଅପରେସନ ଲୋଟସ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ପବିତ୍ରଙ୍କ ସମେତ ୧୩ କାଉନସିଲର ଇସ୍ତଫା ଦେଇଥିଲେ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଢେଙ୍କାନାଳ ବିଜେପି ସାଂସଦ ରୁଦ୍ର ପାଣିଙ୍କ ସମେତ ବିଜେପି ନେତା ଅଶୋକ ମହାନ୍ତି, ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ବିଜେପି ବିଧାୟିକା ସୀମାରଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଡବଲ ଇଞ୍ଜିନ ସରକାର ବିକାଶ ମଡେଲକୁ ଆଧାର କରି ସମସ୍ତେ ଏବେ ବିଜେପି ମୁହାଁ। ତାଳଚେରରେ ବିଜେପି ସଙ୍ଗଠନ ଆହୁରି ମଜଭୁତ ହୋଇଛି।

Leave a Reply

Your email address will not be published. Required fields are marked *