Screenshot 2025 11 22 235331

ନୂଆପଡ଼ା ନିର୍ବାଚନକୁ ନେଇ ବିଜେଡିର ପିଏସି ବୈଠକରେ ତର୍ଜମା

Spread the love

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ତେବେ ବିଜେଡି PAC ବୈଠକ ପରେ ସଦସ୍ୟ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରମିଳା ମଲ୍ଲିକ ସାମ୍ବାଦିକଙ୍କୁ ବିଜେଡିର PAC ବୈଠକକୁ ନେଇ କହିଛନ୍ତି ଯେ, ନୂଆପଡ଼ା ନିର୍ବାଚନକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା । ସେ କହିଛନ୍ତି ଯେ, ୬୩ଟି ବୁଥରେ ବିଜେଡ଼ି ଭୋଟକୁ ବିଜେପି ଜବରଦସ୍ତି ନେଇଛନ୍ତି।ଆମକୁ ଭୋଟର ଭୋଟ ଦେଲା ପରେ ସେ ଭୋଟ କୁଆଡ଼େ ଗଲା । ଏନେଇ ତର୍ଜମା କରିବା ପରେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ । ନବୀନ ବାବୁ ଆଜି PAC ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ବିଧାନସଭାରେ ଦଳର ଆଭିମୁଖ୍ୟ କିପରି ରହିବ ସେନେଇ ମଧ୍ୟ ଆଲୋଚନା ହୋଇଛି ।

ନୂଆ ରଣନୀତି ନେଇ ଆଗକୁ ବଢିବ ବିଜେଡି । ଲୋକଙ୍କ ସହ ଯୋଡ଼ି ହେବା ଓ ସଂଗଠନ ସୁଦୃଢ କରିବା ଉପରେ ରହିବ ଫୋକସ। ଶୃଙ୍ଖଳା ମଧ୍ୟରେ ରହି ତୃଣମୂଳ ସ୍ତରକୁ ପହଞ୍ଚିବେ ବିଜେଡି ନେତା ଓ କର୍ମୀ। ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବୈଠକରେ ସଂତୃପ୍ତ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ।

Leave a Reply

Your email address will not be published. Required fields are marked *