Rape of minor

ଆବାସିକ ବିଦ୍ୟାଳୟରେ ଆଉ ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ !

Spread the love

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା। ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ। ଉକ୍ତ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଭାଗର ଛାତ୍ରୀ।

ସୂଚନା ଅନୁସାରେ ହଷ୍ଟେଲରେ ଥିବା ସମୟରେ ଛାତ୍ରୀ ଜଣକ ମାସିକ ସମୟରେ ପ୍ରେଗନେସି ଟେଷ୍ଟ କରିଥିଲେ ମେଟ୍ରୋନ୍। ତେବେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା। ଛାତ୍ରୀ ଜଣକ ଗର୍ଭବତୀ ଥିବା ଜାଣି ମହାବିଦ୍ୟାଳୟର ଅଧ୍ୟକ୍ଷ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ମାମଲା ପରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ।

ସେହିପରି ରାଜ୍ୟର ୩ ଜିଲ୍ଲାରୁ ସମାନ ଅଭିଯୋଗ ଆସିଛି। ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ଏପରି ସମାନ ଖବର ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାରେ ହାଇସ୍କୁଲରେ ପଢୁଥିବା ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଛନ୍ତି। କିଛିମାସ ତଳେ ନାବାଳିକାକୁ ଯୌନ ଶୋଷଣ କରି ଗର୍ଭବତୀ କରିଥିଲା ୧୫ ବର୍ଷର ନାବାଳକ। ମୟୂରଭଞ୍ଜରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଏକ ଶେବାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇଥିଲେ । ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ବୟାନ ଆଧାରରେ ଜଣେ ନାବାଳକକୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *