ବାପାର ଦଶାହ ଦିନ ପୁଅର ମୃତ୍ୟୁ

Spread the love

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବାପା ମରିବାର ୧୦ ଦିନରେ ପୁଅର ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏବେ ଚିନ୍ତାରେ ପଡ଼ିଛନ୍ତି।

ସୂଚନା ମୁତାବକ, ଗତ ୧୧ ତାରିଖରେ ଅତରଙ୍ଗ ଗ୍ରାମର ଉଦୟ ଗୌଡଙ୍କ ମୃତ୍ୟୁ ହୋଇଥିଲା । ପିତାଙ୍କ ଶୁଦ୍ଧି କାର୍ଯ୍ୟ କରୁଥିଲେ ଏକ ମାତ୍ର ପୁଅ ରାଜେନ୍ଦ୍ର ଗୌଡ଼। ଇତି ମଧ୍ୟରେ ପୁଅ ରାଜେନ୍ଦ୍ର ବାପାକୁ ଝୁରିଝୁରି ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମରେ ରାଜେନ୍ଦ୍ରଙ୍କ ଶବ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଅ ରାଜେନ୍ଦ୍ରର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର,ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏବେ ଚିନ୍ତାରେ ପଡ଼ିଛନ୍ତି।

ଗାଁରେ ପୂର୍ବରୁ ଏଭଳି କୌଣସି ଘଟଣା ଘଟିନାହିଁ। ପୁଅ ରାଜେନ୍ଦ୍ର ପରିବାର ଏକ ମାତ୍ର ରୋଜଗାରିଆ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏମାନେ ସବୁ ଏବେ ବେସାହାରା ହୋଇଗଲେ। ତାଙ୍କ ପାଇଁ ସରକାରୀ ସହାୟତା ଜରୁରୀ ବୋଲି ଗ୍ରାମବାସୀ ଗୁହାରି କରିଛନ୍ତି।

Leave a Reply

Your email address will not be published. Required fields are marked *