ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ ଉପଲବ୍ଧ ହେବନି କଫ ସିରପ

Spread the love

ନୂଆଦିଲ୍ଲୀ:ମଧ୍ୟପ୍ରଦେଶରେ କଫ ସିରପ ଯୋଗୁ ଅନେକ ପିଲାଙ୍କ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଏପରି ଘଟଣାକୁ ରୋକିବା ପାଇଁ, ସରକାର କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ ନୂତନ ନିୟମ ପ୍ରଣୟନ କରିବେ। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ କଫ ସିରପ ଉପଲବ୍ଧ ହେବ ନାହିଁ। ଏହା ସୁରକ୍ଷା ବୃଦ୍ଧି କରିବ, କିନ୍ତୁ ଲୋକଙ୍କ ପକେଟ ଉପରେ ବୋଝ ମଧ୍ୟ ବଢ଼ାଇବ। କଫ ସିରପ ଯେତେ ଶସ୍ତା କିମ୍ବା ମହଙ୍ଗା ହେଉନା କାହିଁକି, ଏହାକୁ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆବଶ୍ୟକ ହେବ ଏବଂ ଡାକ୍ତରଙ୍କ ଫିସ୍ ମଧ୍ୟ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *