Untitled 2 2025 11 14 06 21 46

ଦିଲ୍ଲୀ ବିସ୍ଫୋରଣ ନେଇ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।  ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ‌ ଡୋଭାଲ, ଆଇବି ମୁଖ୍ୟ ତପନ କୁମାର ଡେକା,  ଏବଂ କେନ୍ଦ୍ର ଗୃ୍ହ ସଚିବ ଗୋବିନ୍ଦ ମୋହନ ଏହି ବୈଠକରେ ଯୋଗ ଦେଇଥିଲେ।  ଶାହ ଆଜି  ସୁରକ୍ଷା ସଂକ୍ରାନ୍ତରେ ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।  ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଅଗ୍ରଗତି, ଆତଙ୍କବାଦୀ ନେଟ୍‌ୱର୍କକୁ ଧ୍ବସ୍ତ କରିବା ପାଇଁ ଚାଲିଥିବା ଅଭିଯାନ ଏବଂ ପରବର୍ତ୍ତୀ ରଣନୀତି ସଂପର୍କରେ  ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।   ଗତକାଲି ଭାରତ ସରକାର ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିବା ପରେ ଆଜି ଆମେରିକା ମଧ୍ୟ ଏହା ସହ ସହମତି ପ୍ରକାଶ କରିଛି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ   ଦିଲ୍ଲୀ କାର୍ ବୋମା ବିସ୍ଫୋରଣକୁ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।  ଜି-୭ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ  ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ  ମଧ୍ୟ ରୁବିଓ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *