Capture 13 1068x594

୧୫୦ ବଞ୍ଚିବ ମଣିଷ, ଚାଇନାରେ ଚାଲିଛି ପରୀକ୍ଷା

Spread the love

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । ଏହା ଏକ ଆଣ୍ଟି-ଏଜିଂ ମେଡିସିନ୍ ପ୍ରସ୍ତୁତ କରୁଛି। ଏହାର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ୍ ସି୧(ପିସିସି ୧) ଯାହା ଅଙ୍ଗୁରର ମଞ୍ଜିର ଅର୍କରେ ମିଳିଥାଏ। କମ୍ପାନୀ କହିଛି କି ଏହି ଔଷଧ ବୁଢା ଓ ଦୁର୍ବଳ କୋଶିକାକୁ ସମାପ୍ତ କରି ସୁସ୍ଥ କୋଷର ରକ୍ଷା କରିବ। ଫଳରେ ମଣିଷଙ୍କ ବୟସ ବହୁତ ବଢିପାରିବ। ୨୦୨୧ରେ ନେଚର ମେଟାବଲିଜମ୍ ଜର୍ନଲରେ ଛପିଥିବା ଏକ ଅଧ୍ୟୟନ ଉପରେ ଏହି ସନ୍ଧାନ ଆଧାରିତ। ଏଥିରେ ମୂଷାଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା। ପିସିସି୧ ମୂଷାଙ୍କ ବୃଦ୍ଧ କୋଷକୁ ବାଛି ବାଛି ନଷ୍ଟ କରିଥିଲ, କିନ୍ତୁ ସୁସ୍ଥ କୋଷକୁ କୌଣସି ବି କ୍ଷତି କରିନଥିଲା। ପରୀକ୍ଷଣ ପରେ ମୂଷାର ବୟସ ୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ତେବେ କିଛି ବୈଜ୍ଞାନିକଙ୍କ କହିବାନୁସାରେ ମୂଷା ଉପରେ ଏହି ପରୀକ୍ଷଣ ସଫଳ ହୋଇଛି କିନ୍ତୁ ମଣିଷଙ୍କ ଉପରେ ଏହି ପରୀକ୍ଷା କଷ୍ଟସାଧ୍ୟ। ଏହି ପ୍ରକ୍ରିୟା ଜଟିଳ ବୋଲି ସେମାନେ କହିଛନ୍ତି। ଏହା ପ୍ରଭାବଶାଳୀ ଏବଂ ସୁରକ୍ଷିତ ବୋଲି ପ୍ରମାଣ କରିବା ପାଇଁ ବଡ ସଂଖ୍ୟାରେ କ୍ଲିନିକାଲ ଟ୍ରାଏଲ ଜରୁରି। ବିଶେଷଜ୍ଞଙ୍କ ଅନୁସାରେ ଏଥିରେ ସଫଳତା ପାଇଁ ଅନେକ ସମୟ ପରୀକ୍ଷଣ ପାଇଁ ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *