Human

ହ୍ୟୁମାନ୍‌ ସାଗର ଅସୁସ୍ଥ, ଏମ୍ସରେ ଭର୍ତ୍ତି

Spread the love

ଭୁବନେଶ୍ବର: ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହ୍ୟୁମାନଙ୍କୁ କିଡନୀ ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ନିଆଯାଇଛି।

ଏହା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ସ୍ନାୟୁ ଜନିତ ରୋଗ ଏବଂ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କୁ ମେଡ଼ିସିନ୍ ୱାର୍ଡକୁ ଅଣାଯାଇଥିଲେ ବି, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *