Images

ବାରହା ଫାଶରେ ପଡ଼ି ପ୍ରାଣ ହରାଇଲେ ୨ ଯୁବକ

Spread the love

କୋରାପୁଟ: ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଫାଶରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଯୁବକଦ୍ଵୟ ତାହା ସଂଶ୍ପର୍ସରେ ଆସି ପ୍ରାଣ ହରାଇଛନ୍ତି। କୋରାପୁଟ ଜିଲା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଇ ପାହାଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି।

ଯୁବକ ଦ୍ଵୟ ପାହାଡ଼ି ରାସ୍ତା ଦେଇ ଗାଈ ଖୋଜିବାକୁ ଯାଉଥିଲେ। ହେଲେ ସେହି ରାସ୍ତାରେ ବାରହା ଶିକାର ପାଇଁ କେହି ବିଦ୍ୟୁତ ସଂ​‌ଯୋଗ କରି ଫାଶ ବସାଇଥିଲେ। ଯାହାଫଳରେ ଫାଶରେ ପଡ଼ି ଯୁବକଦ୍ଵୟଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *