1

ନୂଆପଡ଼ାରେ ଜୟଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

Spread the love

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍‌‌ ସୋ’ କରିଛନ୍ତି। ରୋଡ୍‌ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ନର୍ବାଚନ ପ୍ରଚାର ପାଇଁ ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ ଭିଡ଼ ରହିଛି। ଗୁରୁବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନୂଆପଡ଼ା ବ୍ଲକ୍‌ରେ ବିଜେପି ପ୍ର‌ାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଉଭୟ ମୋହନ ଓ ବିଷ୍ଣୁଦେଓଙ୍କ ସଭା ସଫଳ କରିବାକୁ ବିଜେପି ନେତାମାନେ ଲାଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *