Elephant v

ବିଲରୁ ଧାନ ଖାଇ ଦେବାରୁ ହାତୀକୁ ଗୁଳି ମାରି ହତ୍ୟା

Spread the love

ଭଞ୍ଜନଗର: ଧାନ ଫସଲ ରକ୍ଷା କରିବାକୁ ଯାଇ ହାତୀକୁ ଗୁଳି ମାରି ହତ୍ୟା କରାଯାଇଛି। ଗୁଳି ମାରିଥିବା ବ୍ୟକ୍ତିକୁ ଜଙ୍ଗଲ କର୍ମଚାରୀମାନେ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୩ଟି ଦେଶୀ ବନ୍ଧୁକ, ୨୫ ଜୀବନ୍ତ ଗୁଳି, ୨୫ ସିସା, ୨ ବୋତଲ ବାରୁଦ, ୨ ବୋତଲ ବିଷାକ୍ତ ଦ୍ରବ୍ୟ, ଗୋଟିଏ ମୁଣ୍ଡ ଲାଇଟ୍, ମୋବାଇଲ ଫୋନ ଓ ଗୋଟିଏ ବକ୍ସ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।

ଗତ ଦୁଇଦିନ ତଳେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର ବାଇବାଲି ଜଙ୍ଗଲରେ ଏକ ଦନ୍ତାହାତୀକୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହାତୀକୁ ବାଣିଆପଲ୍ଲୀ ଗ୍ରାମର ଉମାକାନ୍ତ ପ୍ରଧାନ ଗୁଳି କରି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ବାଇବାଲି ଜଙ୍ଗଲ ମଧ୍ୟରେ ଉମାକାନ୍ତର ୨ଟି ଧାନ କ୍ଷେତ ରହିଛି। ଗୁରୁବାର ଦୁଇଟି ହାତୀ ତାର ଧାନ କ୍ଷେତକୁ ଫସଲ ଖାଇବାକୁ ଆସିଥିଲେ। ଏହି ସମୟରେ ଧାନ ଫସଲ ଜଗିଥିବା ଉମାକାନ୍ତ ହାତୀ ଘଉଡ଼ାଇବା ପାଇଁ ପ୍ରଥମେ ଆତସବାଜି ଫୁଟାଇବା ସହ ଶବ୍ଦ କରୁଥିବା ଆତସବାଜି ହାତୀ ଉପରକୁ ଫିଙ୍ଗିଥିଲା। କିନ୍ତୁ ହାତୀ ଧାନ କ୍ଷେତରୁ ହଟିବା ପରିବର୍ତ୍ତେ ପ୍ରବଳ ଗର୍ଜନ କରିଥିଲା। ଉମାକାନ୍ତ ଧରିଥିବା ଦେଶୀ ବନ୍ଧୁକରୁ ହାତୀ ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ହାତୀର ସମ୍ମୁଖ ଗୋଡର ବାମ ପାର୍ଶ୍ୱରେ ଓ ଅନ୍ୟ ଏକ ଗୁଳି ହାତୀର ଛାତିରେ ବାଜିଥିଲା ବୋଲି ଡିଏଫଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *