Ravi kishan 1068x601

ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ

Spread the love

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଶନିବାର ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି। ରବି ନିକଟରେ ବିହାରକୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇ ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାତିରେ ଅଜଣା ବ୍ୟକ୍ତି ତାଙ୍କୁ ଓ ପରିବାର ପ୍ରତି ଫୋନରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବାବେଳେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ରବି ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର ଗୋରଖପୁର ଥାନାରେ ଏକ ଏତଲା ଦାଏର କରିଛନ୍ତି। ଅଭିଯୁକ୍ତ କେବଳ ରବିଙ୍କୁ ନୁହେଁ, ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ଗାଳି ଦେଇଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। ରବି ୨୦୧୪ରୁ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀଭାବେ ଲୋକସଭାକୁ ପ୍ରତିନିଧିତ୍ବ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *