Whatsapp image 2025 10 29 at 2.07.33 pm 1068x601

ବିହାର ବିଧାନସଭା ନିର୍ବାଚନ: ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ

Spread the love

ବିହାର: ମୁଜାଫରପୁରରେ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ରାହୁଲ ଗାନ୍ଧୀ ମୁଜାଫରପୁରରେ ଏକ ସାଧାରଣ ସଭା ସହିତ ବିହାର ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହିତ ମହାଗଠବନ୍ଧନର ପ୍ରମୁଖ ଚେହେରା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆର୍‌ଜେଡ଼ି ନେତା ତେଜସ୍ୱୀ ଯାଦବ ମଧ୍ୟ ଯୋଗ ଦେଇଥିଲେ। ବିହାରରେ ଭୋଟ୍ ପୂର୍ବରୁ ଆରଜେଡି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାଗଠବନ୍ଧନର ଇସ୍ତାହାର “ବିହାର କା ତେଜସ୍ୱୀ ପ୍ରାଣ” ଶୀର୍ଷକରେ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ପ୍ରତ୍ୟେକ ପରିବାର ପାଇଁ ସରକାରୀ ଚାକିରି ଏବଂ ସଂରକ୍ଷଣ ଉପରେ ୫୦ ପ୍ରତିଶତ ସୀମା ହଟାଇବା ପ୍ରତିଶ୍ରୁତି ରଖିଥିଲେ ରାହୁଲ ।

Leave a Reply

Your email address will not be published. Required fields are marked *