Whatsapp image 2025 10 28 at 11.38.40 am 1068x496

‘ମୋନ୍ଥା’ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟି ଲକ୍ଷ୍ୟ

Spread the love

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା। ଅନ୍ୟପଟେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୋନ୍ଥାର ପ୍ରଭାବ ଓ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି।

ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି। ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ। ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି। ୩୦ ହଜାର ୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍‌ ନିଆଯାଇଛି।

ସୂଚନା ଅନୁସାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା। ସନ୍ଧ୍ୟାରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ। ବଙ୍ଗୋପସାଗର ଗତ ୬ ଘଣ୍ଟା ମଧ୍ୟରେ ୧୫ କିଲୋମିଟର ଘଣ୍ଟା ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରି ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ୫ଟା ୩୦ ବେଳକୁ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ସ୍ଥଳଭାଗ ଛୁଇଁବ ।

ବର୍ତ୍ତମାନ ଏହା ସେହି ଅଞ୍ଚଳ ଉପରେ ଅବସ୍ଥିତ, ୧୪.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୩.୧ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ, ଆନ୍ଧ୍ରପ୍ରଦେଶ ମଛଲିପଟନମରୁ ପ୍ରାୟ ୧୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, କାକିନାଡା ରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପଟନମରୁ ୩୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ, ଓଡିଶାର ଗୋପାଳପୁରରୁ ୫୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରରେ ରହିଛି ।

Leave a Reply

Your email address will not be published. Required fields are marked *