Subash singh 1068x601

ନୂଆପଡାରେ ପ୍ରଚାର କଲେ କଟକ ମେୟର ସୁବାସ ସିଂହ

Spread the love

ନୂଆପଡ଼ା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଟକ ମେୟର ସୁବାସ ସିଂହ ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରିଛନ୍ତି। ମେୟର ସିଂହ ନୂଆପଡା ପ୍ରତି ଥିବା ନବୀନଙ୍କ ଅବଦାନ ବିଷୟରେ ଜନତାଙ୍କୁ କହିବା ସହିତ ନୂଆପଡାରେ ପୂର୍ବ ବିଜେଡି ସରକାର କରିଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ନୂଆପଡା ପରି ଏକ ଆଦିବାସୀ ଅଞ୍ଚଳକୁ ଉନ୍ନତ ଓ ବିକଶିତ ଜିଲ୍ଲାରେ ପରିଣତ କରିବାରେ ପୂର୍ବତନ ବିଜେଡି ସରକାରର ପ୍ରମୁଖ ଭୂମିକା ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ନୂଆପଡାର ବରିଷ୍ଠ ନାଗରିକ, ଯୁବକ, ଛାତ୍ର ସମସ୍ତଙ୍କର ଆଶା ଭରସା ନବୀନ ପଟ୍ଟନାୟକଙ୍କ ଉପରେ ଅଛି ବୋଲି ମେୟର ସିଂହ କହିଥିଲେ। ଏଥି ସହିତ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ାରେ ସର୍ବାଧିକ ଭୋଟ ପାଇ ବିଜୟୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *