Cyclone 22vv

ଦୁର୍ବଳ ଅବସ୍ଥାରେ ଓଡ଼ିଶାରେ ପହଞ୍ଚିବ ‘ମୋନ୍ଥା’: ଆଇଏମଡି

Spread the love

ଭୁବନେଶ୍ବର: ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ବାତ୍ୟା ‘ମୋନ୍ଥା‘। ଆନ୍ଧ୍ରପ୍ରଦେଶର ମଛିଲିପତନମ-କଳିଙ୍ଗପତନମ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ଭାରତ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ‘ମନ୍ଥା’ ଭୀଷଣ ବାତ୍ୟା ରୂପରେ ଲ୍ୟାଣ୍ଡଫଲ କରିବ। କିନ୍ତୁ ଓଡ଼ିଶାରେ ପହଞ୍ଚିବା ସମୟରେ ଦୁର୍ବଳ ହୋଇଯିବ। ଓଡ଼ିଶାରେ ଦୁର୍ବଳ ହେଉଥିବାରୁ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିବ। ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ବିଶେଷ କରି ୨୮ ତାରିଖ ରାତିରୁ ୨୯ ତାରିଖ ସକାଳ ଭିତରେ ବାତ୍ୟାର ପ୍ରଭାବ ବେଶୀ ହେବ।

Leave a Reply

Your email address will not be published. Required fields are marked *