Murder1

ଅପେରା ଦେଖାଇବାକୁ ଡାକିନେଇ ମାରିଦେଲା ସାଙ୍ଗ

Spread the love

କେନ୍ଦୁଝର : ମୋ ସ୍ବାମୀଙ୍କୁ ଅପେରା ଦେଖିବାକୁ ସାଙ୍ଗ ମାନେ ଘରୁ ଡାକି ନେଇ ମାରି ଦେଲେ । ଟାଉନ ଥାନାରେ ଏପରି ଲିଖିତ ଅଭିଯୋଗ କରିଛନ୍ତି ମୃତକ ଜଯନ୍ତ ପାତ୍ରଙ୍କ ସ୍ତ୍ରୀ ସୌଭାଗିନୀ ପାତ୍ର । ଅଭିଯୋଗ ଅନୁସାରେ ଜୟନ୍ତ କେନ୍ଦୁଝର ସ୍ଥାନୀୟ ଗମ୍ଭାରିଆ ଗାଁରେ ୮ବର୍ଷ ହେବ ଘରଜ୍ୱାଇଁ ଭାବରେ ରହି ଆସୁଥିଲେ । ତେବେ ଗତ ୨୨ ତାରିଖ ଦିନ ଜୟନ୍ତ ତାଙ୍କୁ ଓ ପିଲାକୁ ନିଜ ଗାଁକୁ ପଠାଇ ଗମ୍ଭାରିଆ ଘରକୁ ଫେରିଥିଲେ । ସେଦିନ ରାତ୍ର ୧୦ ଟା ବେଳେ ହରିଡାଗୋଠ ଗାଁର ହରେକୃଷ୍ଣ ବେହେରା ଫୋନ କରି ତାଙ୍କ ସ୍ୱାମୀଙ୍କୁ ଅପେରା ଦେଖିବାକୁ ଡାକିଥିଲେ, ସ୍ବାମୀ ପଇସା ନାହିଁ ବୋଲି କହିବାରୁ ତୁ ଆସେ ତୋର ସବୁ ଖର୍ଚ ବହନ କରିବି ବୋଲି କହିବାରୁ ସ୍ବାମୀ ଯିବେ ବୋଲି କହିଥିଲେ ବୋଲି ସ୍ୱାମୀ ସୈାଭାଗିନୀଙ୍କୁ ଜଣାଇଥିଲେ । ମାତ୍ର ସୈଭାଗିନୀ ତାଙ୍କୁ ଯାତ୍ରା ଯିବା ପାଇଁ ବାରଣ କରିଥିଲେ । ହେଲେ ତାଙ୍କ ସ୍ୱାମୀ ଅପେରା ଦେଖିବାକୁ ଯାଇଥିଲେ ।

ତାପର ଦିନ ବୁଧବାର ସକାଳ ୯ ଟା ସମୟରେ ସୌଭାଗିନୀ ସ୍ୱାମୀ ଙ୍କୁ କୋଉଠି ବୋଲି ପଚାରିବାରୁ ହରେକୃଷ୍ଣ ତାଙ୍କୁ କୋଉଠି ରଖିଛି ସେ ଜାଣି ପାରୁନାହାନ୍ତି ବୋଲି ସୌଭାଗିନୀକୁ କହିଥିଲେ ସ୍ବାମୀ ଜୟନ୍ତ । ପରେ ସେ ହରେକୃଷ୍ଣ ଙ୍କୁ ବାରମ୍ଵାର ଫୋନ କରିବା ପରେ ମଧ୍ୟ ସେ ଆଉ ଫୋନ ଉଠାଇନଥିଲେ । ପରେ ସୌଭାଗିନୀ ବାଧ୍ୟ ହୋଇ ଜୟନ୍ତଙ୍କ ସାନ ଭଉଣୀଙ୍କ ଫୋନ୍ ରୁ ଫୋନ୍ କରିବା ପରେ ହରେକୃଷ୍ଣ କହିଥିଲେ ଜୟନ୍ତ ପଡିଛନ୍ତି ଓ ହଲଚଲ ହେଉ ନାହିଁ ଓ ଫୋନ କାଟି ଦେଇଥିଲେ । ପରେ ଆଉଥରେ ଫୋନ୍ କରି ଆମ୍ବୁଲାନସ ଡାକି ତାଙ୍କୁ ମେଡ଼ିକାଲ ନେବାପାଇଁ କହିବାରୁ ହରେକୃଷ୍ଣ ଆମ୍ବୁଲାନ୍ସ ଡାକିଥିଲେ ।

ଆମ୍ବୁଲାନ୍ସ ପହଂଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କୁ ମେଡିକାଲ ପହଞ୍ଚାଇଥିବାବେଳେ ଡାକ୍ତର ସେଠାରେ ଜୟନ୍ତଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିପରି ହଠାତ୍ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହେଲା ସେ ନେଇ ପରିଵାର ଚିନ୍ତାରେ ପଡିଯାଇଛନ୍ତି । ଏବଂ ତାଙ୍କ ସ୍ୱାମୀ ଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ କରିବା ସହ ପୋଲିସ ତଦନ୍ତ କରି ସତ୍ୟାସତ୍ୟା ପଦାକୁ ଆଣିବାକୁ ସୈାଭାଗିନୀ ଓ ଜୟନ୍ତଙ୍କର ବାପା ଅନନ୍ତ ପାତ୍ର ନିବେଦନ କରିଛନ୍ତି । ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଟାଉନ ପୋଲିସ ।

Leave a Reply

Your email address will not be published. Required fields are marked *