Capture 7 1068x716

ପଞ୍ଚମ ଶ୍ରେଣୀ ଛାତ୍ରକୁ ପାଇପରେ ପିଟିଲେ ଅଧ୍ୟକ୍ଷ

Spread the love

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଘରୋଇ କଲେଜର ଅଧ୍ୟକ୍ଷ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ପ୍ଲାଷ୍ଟିକ୍ ପାଇପରେ ପିଟିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ମା’ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ହୋୟସଲାନଗରରେ ରହୁଥିବା ଦିବ୍ୟା ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ନୟନ ଗୌଡା ସେଣ୍ଟ ମେରୀ ସ୍କୁଲରେ ପଢନ୍ତି। ୧୪ ଅକ୍ଟୋବରରେ ବିଦ୍ୟାଳୟ ପରିସରରେ ଅପରାହ୍ନରେ ତାଙ୍କ ପୁଅକୁ ପ୍ରିନ୍ସପାଲ ରାକେଶ କୁମାର ଏକ ପ୍ଲାଷ୍ଟିକ୍ ପାଇପରେ ମାଡ ମାରିଥିଲେ। ଏଥିରେ ସେ ରକ୍ତାକ୍ତ ହେବା ସହ ମାନସିକ ଭାବେ ମଧ୍ୟ ଯନ୍ତ୍ରଣା ପାଇଛି।

ଅଭିଯୋଗ ଅନୁସାରେ ପିଲାଟି ନିଜକୁ ରକ୍ଷା କରିବାକୁ ଦୌଡି ପଳାଇବାକୁ ଚେଷ୍ଟା କରିବା ସମୟରେ ଶିକ୍ଷକ ଚନ୍ଦ୍ରିକା ତାଙ୍କୁ ଧରି ଅଟକାଇଥିଲେ ଏବଂ ପ୍ରିନ୍ସମାଡ ପାଇପରେ ପିଟିଥିଲେ। ସେହି ସମୟରେ ସେଠାରେ ବିଦ୍ୟାଳୟ ମାଲିକ ବିଜୟ କୁମାର ଉପସ୍ଥିତ ଥିଲେ; କିନ୍ତୁ ସେ ଏଥିରେ ହସ୍ତକ୍ଷେପ କରିନଥିଲେ। ବିଦ୍ୟାଳୟରେ ଏ ସମ୍ପର୍କରେ ପଚାରିବାରୁ ଟ୍ରାନ୍ସଫର ସାର୍ଟିଫିକେଟ୍ ନେଇ ଅନ୍ୟ କୌଣସି ସ୍କୁଲରେ ଆଡମିଶନ ଧମକ ମିଳିଥିଲା। ଦିବ୍ୟା ଏନେଇ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଚାହିଁଛନ୍ତି। ଅନ୍ୟପଟେ ପୁଲିସ ଘଟଣାର ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *