Pintu 1068x601

ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ଯୁବକ ମୃତ, ଘର ଚୁରମାର,

Spread the love

ଖଲ୍ଲିକୋଟ: ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ଘର ଚୁରମାର ହୋଇଯାଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ହାତଗୋଡ଼ କଟିଯିବା ସହିତ ତାଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କିଇଠଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ପିଣ୍ଟୁ ପଲାଇ(୨୩)।

ସୂଚନା ଅନୁସାରେ, ପିଣ୍ଟୁ ସୋମବାର ରାତି ପ୍ରାୟ ୧ଟାରେ ନିଜ ଶିଡ଼ି ଘରେ ବାଣ ଭିଡୁଥିଲେ। ହଠାତ କୌଣସି କାରଣରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା।  ବିସ୍ଫୋରଣ ପ୍ରଭାବରେ ପିଣ୍ଟୁଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଛିଣ୍ଡି ଯାଇଥିବା ବେଳେ  ଶିଡ଼ି ଘର ଛାତ ୨୦ ଫୁଟ  ଦୁରକୁ ଛିଟିକି ପଡିଥିଲା। ଏପରି କି ଘର ଭିତର କବାଟ ଓ ଫ୍ରିଜର ଡୋର ଛିଣ୍ଡି ଅଲଗା ହୋଇଯାଇଥିଲା। ଖବର ପାଇ ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା କ୍ଷତାକ୍ତ ଶରୀରକୁ  ଥାନା ଗାଡିରେ ଆଣି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଣ୍ଟୁଙ୍କୁ ମୃତ ଘୋଷଣା କରିଥିଲେ।

ଗତ ବର୍ଷ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ବାଦଲ ଗୌଡ଼ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବାବେଳେ ୩ ଜଣ ଛାତ୍ର ଆହତ ହୋଇଥିଲେ। ସମସ୍ତେ ଦୀପାବଳି ପାଳନ ପାଇଁ ବ୍ୟସ୍ତ ଥିବା ବେଳେ ଏଭଳି ଛାତି ଥରା ଘଟଣା ପରିବାରରେ ଦୁଃଖର ଛାୟା ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *