Death 1

ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ଵାମୀ

Spread the love

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ମଦ୍ୟପ ସ୍ଵାମୀ। ମୃତକ ସଞ୍ଜୁ ତନ୍ତୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ଵାମୀ ଅର୍ଜୁନ୍ ସିଂ ସବୁବେଳେ ରାତିରେ ନିଶାଶକ୍ତ ଅବସ୍ଥାରେ ଆସି ନିଜ ସ୍ତ୍ରୀ ସହ ଝଗଡା ଓ ମାରପିଟ୍ କରିଥାଏ। ଗତକାଲି ରାତିରେ ମଧ୍ୟ ଅର୍ଜୁନ୍ ମଦ ପିଇ ଆସି ସ୍ତ୍ରୀ ସହ ଝଗଡା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ନିଜ ସ୍ତ୍ରୀଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ଅଟକ ରଖି ପଚରାଉଚରା କରିବା ସହ ଅଧିକ ଛାନଭିନ୍ ଜାରି ରଖିଛି।

Leave a Reply

Your email address will not be published. Required fields are marked *