ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ; ଘୋଷଣା ହେବ ନୂଆ ତାରିଖ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ସ୍ଥଗିତ ରଖାଯାଇଛି। ଅନିବାର୍ଯ୍ୟ କାରଣରୁ ଓଟିଇଟି ପରୀକ୍ଷା ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷା ପାଇଁ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ।
