Nabin

ବଢୁଛି ନବୀନଙ୍କ କ୍ରେଜ୍ ; ଜାତୀୟ ସ୍ତରର ନେତା କରୁଛନ୍ତି କଲ୍‌

Spread the love

ଭୁବନେଶ୍ବର: ୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ୟର ସାହାରା ନେଇ ନିର୍ବାଚନୀ ମଞ୍ଚରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହା ଦ୍ବାରା ରାଜ୍ୟର ଜନସାଧାରଣଙ୍କ ପାଖକୁ ଏକ ନକାରାତ୍ମକ ବାର୍ତ୍ତା ମଧ୍ୟ ଯାଇଥିଲା। ନବୀନଙ୍କ ପ୍ରଚାର ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ।  ନିର୍ବାଚନ ପରେ ବିଜେଡ଼ି ସରକାରଙ୍କ ପତନ ଘଟିଥିଲା।

ବିଧାନସଭା ନିର୍ବାଚନ ପରେ ପରେ ନବୀନଙ୍କ କ୍ରେଜ୍‌ ବଢ଼ିବାରେ ଆରମ୍ଭ କରିଥିଲା। ଏବେ ମଧ୍ୟ ଏହା ଜାରି ରହିଛି। ସ୍ବାସ୍ଥ୍ୟଗତ କାରଣରୁ  ପୂର୍ବରୁ ନବୀନ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ମେରୁଦଣ୍ଡର ସାର୍ଭିକାଲ ଆର୍ଥ୍ରାଇଟିସ୍‌ର  ସଫଳ ଅସ୍ତ୍ରୋପଚାର ହୋଇଥିଲା। ସେତେବେଳେ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଅହେତୁକ କ୍ରେଜ୍ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ନବୀନଙ୍କ ସୁସ୍ବାସ୍ଥ୍ୟ ପାଇଁ ହଜାର ହଜାର ବାର୍ତ୍ତା ଦେଖିବାକୁ ମିଳିଥିଲା। ଏହା ତାଙ୍କର ଲୋକପ୍ରିୟତାକୁ ପୁଣି ପ୍ରତିପାଦିତ କରିଥିଲା।

ସମ୍ପ୍ରତି ଅଗଷ୍ଟ ୧୭ ତାରିଖରେ ଡିହାଇଡ୍ରେସନ୍‌ ଯୋଗୁ ନବୀନଙ୍କୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତିମଧ୍ୟରେ ନବୀନ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି। କିନ୍ତୁ ଏବେ ନବୀନଙ୍କୁ ନେଇ ଜାତୀୟ ସ୍ତରରେ କ୍ରେଜ୍ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *