State ଶ୍ରୀମନ୍ଦିରକୁ ଚଢିବା ବେଳେ ଯୁବକଙ୍କୁ କାବୁ କଲା ପୋଲିସ kartabya August 16, 2025 Spread the loveପୁରୀ: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ପ୍ରାୟ ୫ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ମନ୍ଦିରକୁ ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଟିପି ଓ ସେବାୟତ ଧରିଥିଲେ। ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଘର ରାଞ୍ଚି ବୋଲି ଜଣାପଡ଼ିଛି। ଏପରିକି ସେ ମାନସିକ ଅନଗ୍ରସର ଥିବା ନେଇ ସୂଚନା ମିଳିଛି।ଉକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯିବା ସହ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଏଥିରେ ମନ୍ଦିରର କୌଣସି କ୍ଷତି ହୋଇନାହିଁ ଏବଂ କୌଣସି ଅଘଟଣ ବିନା ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ସେହିପରି ଏହି କାର୍ଯ୍ୟ ପଛରେ କଣ ଉଦ୍ଦେଶ୍ୟ ରହିଛି ସେନେଇ ତଦନ୍ତ ଚାଲିଛି।