Cm 2

ଓଡ଼ିଶାରେ ଖୋଲିବ ଆଉ ୪ ମେଡିକାଲ କଲେଜ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Spread the love

ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ। ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାରେ ଆଉ ୪ଟି ମେଡିକାଲ କଲେଜ ଖୋଲିବା ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ହେବ ମେଡିକାଲ କଲେଜ। ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ରହିଛି। ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି କରାଯାଇ ତାକୁ ଏମ୍ସ ପ୍ଲସ କରିବାକୁ ରହିଛି ପ୍ରସ୍ତାବ।

ତେବେ ଏହା ଖୁବଶୀଘ୍ର ହେବ କାର୍ଯ୍ୟକାରୀ। ରାଜ୍ୟର ତିନୋଟି ବୃହତ୍ତମ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ହେବ ରହଣି ବ୍ୟବସ୍ଥା। ରୋଗୀଙ୍କ ଆତ୍ମୀୟସ୍ଵଜନଙ୍କ ପାଇଁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ରହଣି ବ୍ୟବସ୍ଥା କରିବେ। ଏଥିପାଇଁ ପ୍ରାୟ ୨ ହଜାର ୨୫୦ ଶଯ୍ୟାର ସୁବିଧା କରାଯାଉଛି।

 

Leave a Reply

Your email address will not be published. Required fields are marked *