ଡରାଇଲେଣି ମହାକାଶ ବିଜ୍ଞାନୀ; ପୃଥିବୀକୁ ମାଡିଆସୁଛି ବଡ଼ ବିପଦ, ନଭେମ୍ବରରେ ଆଟାକ୍ କରିବେ ଏଲିଏନ୍ !
ନୂଆଦିଲ୍ଲୀ ୩୧।୦୭: ଏପରି କିଛି ଆକଳନ କରିଛନ୍ତି ହାଭାର୍ଡ ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନୀ । ସେମାନେ ଦାବି କରିଛନ୍ତି କି ନଭେମ୍ବରରେ ପୃଥିବୀରେ ପହଞ୍ଚିବେ ଏଲିଏନ୍ସ । ଆଉ ସେମାନେ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ । ବିଶେଷଜ୍ଞମାନେ ଦାବି କରିଛନ୍ତି କି ପୃଥିବୀ ଆଡକୁ ଦ୍ରୁତଗତିରେ ମାଡି ଆସୁଛି ଅବଜେକ୍ଟ 3I/ATLAS । ଏହା ଏକ ଏଲିଏନ୍ସ ବିମାନ ହୋଇପାରେ ।
ଯେଉଁମାନେ ଆମ ଗ୍ରହ ଉପରେ କରିପାରନ୍ତି ଆକ୍ରମଣ । ଏହି ରିପୋର୍ଟକୁ ଜାରି କରିଛନ୍ତି ବୈଜ୍ଞାନିକ ଏବି ଲୋଏବ । ସେ ହାଭାର୍ଡ ବିଶ୍ବବିଦ୍ୟାଳୟରେ ମହାକାଶ ବିଜ୍ଞାନୀ ରହିଛନ୍ତି । ସେ ଏଲିଏନ୍ସଙ୍କ ଉପରେ ପୁସ୍ତକ ମଧ୍ୟ ଲେଖିଛନ୍ତି । ଆଉ ସେ ସବୁବେଳେ ଦାବି କରୁଛନ୍ତି କି ପୃଥିବୀ ଉପରେ ନିଶ୍ଚିତ ଭାବେ ଆକ୍ରମଣ କରିବେ ଏଲିଏନ୍ସ ।
ଏବେ ପ୍ରଶ୍ନ ଆସୁଛି ପୃଥିବୀ ଉପରେ ଏଲିଅନ୍ସଙ୍କ ଆକ୍ରମଣ କେତେ ସତ ? 3I/ATLAS ନାମକ ଏହି ବସ୍ତୁକୁ ପ୍ରଥମେ ଚିଲିର ଏକ ଟେଲିସ୍କୋପରୁ ଦେଖାଯାଇଥିଲା । ଏହାର ଆକାର ପ୍ରାୟ ୨୦ କିଲୋମିଟର ବୋଲି ଆକଳନ କରାଯାଇଛି । ଏହି ବସ୍ତୁର ଗତି ପ୍ରତି ସେକେଣ୍ଡରେ ୬୦ କିଲୋମିଟର ମାପ କରାଯାଇଛି । କିଛି ବୈଜ୍ଞାନିକଙ୍କ ବିଶ୍ୱାସ ଯେ ଏହି ବସ୍ତୁ ଏକ ଗ୍ରହାଣୁ ହୋଇପାରେ ।
କିନ୍ତୁ ହାର୍ଭାର୍ଡ ବୈଜ୍ଞାନିକ ଏବି ଲୋଏବ୍ ଦାବି କରିଛନ୍ତି ଏହା ଏକ ଏଲିଏନ୍ ବିମାନ । ଏବି ଲୋଏବ୍ଙ୍କ ଟିମ୍ରେ ଥିବା ବୈଜ୍ଞାନିକମାନେ କହିଛନ୍ତି ଯେ 3I/ATLAS ନାମକ ଏହି ବସ୍ତୁ ଏପରି ଏକ କକ୍ଷପଥରେ ଗତି କରୁଛି ଯାହା ନଭେମ୍ବର ୨୦୨୫ରେ ଏହା ସୂର୍ଯ୍ୟର ବହୁତ ନିକଟତର ହେବ । ଏପରିସ୍ଥିତିରେ ଏହା ପୃଥିବୀରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବ । ଏହି ସମୟ ମଧ୍ୟରେ ଏହା ଦେଖା ନଯାଇ ବହୁତ ଦ୍ରୁତ ଗତିରେ ଆକ୍ରମଣ କରିବାର ସ୍ଥିତିରେ ଆସିପାରେ।
ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହା କେବଳ ଏକ ଆକଳନ । ଏହା ଜରୁରୀ ନୁହେଁ ଯେ ବାସ୍ତବରେ ଏପରି ଘଟିବ । କିନ୍ତୁ ଏହା ଅସାଧାରଣ, ଏହାକୁ ଶୀଘ୍ର ଏବଂ ଅତି ନିକଟରୁ ଅଧ୍ୟୟନ କରାଯିବା ଆବଶ୍ୟକ । ବୈଜ୍ଞାନିକ କହିଛନ୍ତି କି ଯଦି ଏହି ତଥ୍ୟରେ ସତ୍ୟତା ରହିଛି, ତେବେ ଏହା ମାନବଜାତି ପାଇଁ ଗମ୍ଭୀର ଏବଂ ବିନାଶକାରୀ ପରିଣାମ ଆଣିପାରେ ।
କହିରଖୁ କି ଏବି ଲୋଏବ ପ୍ରାୟତଃ କ୍ଷୁଦ୍ରଗ୍ରହକୁ ନେଇ ଏପରି ଅଜବ ଦାବି କରନ୍ତି । ପୂର୍ବରୁ ୨୦୧୭ରେ ସେ ଓଉମୁଆମୁଆ ନାମକ ଏକ ଗ୍ରହାଣୁ ବିଷୟରେ ସମାନ ଦାବି କରିଥିଲେ ଯେ ଏହା ଏକ ଏଲିଏନ୍ ମହାକାଶଯାନ। କିନ୍ତୁ ପରେ ଏହା ଏକ ଗ୍ରହାଣୁ ବୋଲି ଜଣାପଡ଼ିଲା। ତେବେ ଅପେକ୍ଷା ନଭେମ୍ବରକୁ, ତାଙ୍କ ରିପୋର୍ଟରେ କେତେ ସତ୍ୟତା ରହିଛି ତା ତ ସମୟ କହିବ…
