Nep

ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

Spread the love

କୋରାପୁଟ: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଆୟଠୁ ଅଧିକ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା। ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ ହୋଇଥିଲା। ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ ଜୟପୁର ଘରୁ ମିଳିଥିଲାଲା ୧ କୋଟି ୪୪ ଲକ୍ଷ ନଗଦ ଟଙ୍କା। ୫୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଜବତ। ୪ଟି ସୁନା ବିସ୍କୁଟ୍ ଓ ୧୬ଟି ସୁନା କଏନ୍ ବି ମିଳିଥିଲା। ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ୍ ରହିଛି। ଚଢାଉରେ ୬ DSP, ୫ ଇନ୍ସପେକ୍ଟର, ୬ ASI ସାମିଲ ଥିଲେ। ଗତକାଲି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଥିଲା ରେଡ୍।

ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ ହୋଇଥିଲା। ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଥିଲା ଚଢାଉ । ସେହିପରି ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟରେ ମଧ୍ୟ ଚାଲିଛି ରେଡ୍। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି ।

Leave a Reply

Your email address will not be published. Required fields are marked *