Odisha Govt 300x157

୪୮ ଘଣ୍ଟା ପରେ ପୁଣି ଆଇଏଏସ ବଦଳି, ୧୩ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

Spread the love

ଭୁବନେଶ୍ବର : ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ବଦଳି କରିବାର ମାତ୍ର ୪୮ ଘଣ୍ଟା ନ ପୂରୁଣୁ ଗୁରୁବାର ଆଉ ୧୩ ଆଇଏଏସଙ୍କ ବଦଳି କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ କେତେ ଜଣଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି।
ଆଇଏସଏସ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବିଜୟ କେତନ ଉପାଧ୍ୟାୟଙ୍କୁ ସଂସ୍କୃତି ସଚିବ ଦାୟିତ୍ବ ଦିଆଯାଇଛି। ସେହିପରି ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ, ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରମୋସନ କାଉନ୍‌ସିଲ୍‌ ପରିଚାଳନା ନିର୍ଦ୍ଦେଶକ, ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ, ପ୍ରଣିତା ଦାଶଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡାଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ, ଅଭିଷେକ ଦିଲୀପ ଦୁଡହାଲ୍‌ଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ଅସ୍‌ନୀ ଏଏଲ୍‌ଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ସି. ସରବଣାଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ବିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବ୍ୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଓ ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଉପସ୍ଥାପିତ କରାଯାଇଛି।

Leave a Reply

Your email address will not be published. Required fields are marked *