Debi Mishra 300x225 1

ନବୀନଙ୍କ ନେତୃତ୍ୱରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିଛି: ବିଜେଡି

Spread the love

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସବୁବେଳେ ମହିଳାଙ୍କ ସମ୍ମାନକୁ ଗୁରୁତ୍ବ ଦେଉଛି। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିଛି। ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଦେଇଥିବା ପ୍ରତିକ୍ରିୟା ଉପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହାର ଜବାବ ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଏ ପର୍ଯ୍ୟନ୍ତ ବିଧାନସଭାର କୌଣସି ନୋଟିଫିକେସନ ହୋଇନାହିଁ।
ବିଜେଡି ମହିଳାମାନଙ୍କ ପାଇଁ ସର୍ବଦା ଲଢେଇ କରିଆସିଛି। ନାରୀଙ୍କୁ ନିର୍ଯାତନାକୁ ନିନ୍ଦା କରିଛି। ଆନ୍ଦୋଳନକୁ ଓଲ୍ଲାଇଛି। ବିଜେଡି ରାଜ୍ୟର ବୃହତ୍ତମ ଦଳ ଭାବରେ, ନବୀନ ବାବୁଙ୍କ ନେତୃତ୍ୱରେ ମହିଳାଙ୍କ ହକ ପାଇଁ ଲଢେଇ କରିଛି। ବିଧାନସଭାର ଯେତେବେଳେ ନୋଟିଫିକେସନ ହେବ, ସେତେବେଳେ ବିଧ୍ୟାୟକ ଦଳ ବୈଠକ ପରେ ହିଁ ଅନାସ୍ଥା ପ୍ରସଙ୍ଗରେ ନିଷ୍ପତ୍ତି ହେବ। ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, |
ସୂଚନାଯୋଗ୍ୟ, ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ। ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତା ସହ ଲଢୁଛି, ଅନାସ୍ଥା ପ୍ରସ୍ତାବ ଆଣୁ। ବିଧାନସଭାରେ ସରକାର ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ। ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଆମେ ସମର୍ଥନ ଦେବୁ। ନଚେତ୍ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ। ବିଜେଡି ସମର୍ଥନ ଦେଉ। ବାଲେଶ୍ବର ଘଟଣାକୁ ନେଇ ଆମେ ଲଜ୍ଜିତ। କିନ୍ତୁ ସରକାର ଲଜ୍ଜିତ ନାହାନ୍ତି। ସରକାର ଏବେବି ନୀରବଦ୍ରଷ୍ଟା, ମହିଳା କମିସନ ଗଠନ ହୋଇପାରିଲା ନାହିଁ।
ଶ୍ରୀ ଦାସ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପରେ ବି ନାରୀ ସୁରକ୍ଷିତ ନଥିବା ବେଳେ ସରକାର ନିରବଦଷ୍ଟା ସାଜିଛନ୍ତି। ଏଭଳି ଘଟଣା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କିଭଳି ଲଜ୍ଜା ଦେଉନାହିଁ କେଜାଣି। ସେମାନେ କ୍ଷମତାରେ ରହିବା ଉଚିତ ନୁହେଁ। ତୁରନ୍ତ ଇସ୍ତଫା ଦିଅନ୍ତୁ। ବାଲେଶ୍ୱର ଘଟଣାରେ ସୁପ୍ରିମକୋର୍ଟ ଲଜ୍ଜିତ ବୋଲି କହିବାରୁ ଓଡ଼ିଶାର ସମ୍ମାନହାନୀ ଘଟିଛି ବୋଲି ସେ ମତ ରଖିଛନ୍ତି। ଗୋଟାଏ ବର୍ଷ ବିତିଯିବା ପରେ ବି ମହିଳା କମିସନ ଗଠନ ହୋଇପାରିଲା ନାହିଁ। ଏ ସରକାର କ’ଣ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।ଆସନ୍ତାକାଲି ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ। ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଦିନ ୯ଟାରେ ଗୋଟିଏ ମିନିଟ ପାଇଁ ନୀରବ ପାର୍ଥନା କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *