34de65ce 1b1d 4e88 A477 8ead6c7e

ମଝି ଆକାଶରେ କ୍ରୁ ସଦସ୍ୟଙ୍କୁ ହତ୍ୟା ଧମକ

Spread the love

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ଜଣେ ଯାତ୍ରୀ ହଠାତ୍ ଜରୁରୀକାଳୀନ ଦ୍ୱାର ଖୋଲିବା ସହିତ କ୍ରୁ ସଦସ୍ୟ ଓ ସହଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନାଯୋଗ୍ୟ, ଆମେରିକାର ଓମାହାରୁ ଡେଟ୍ରଏଟ୍ ଯାଉଥିବା ଡେଲ୍ଟା କନେକ୍ସନ୍ ଫ୍ଲାଇଟ୍ ନମ୍ବର ୩୬୧୨ରେ ଏହି ଘଟଣା ଘଟିଥିଲା। ବିମାନ ଭିତରେ ଯାତ୍ରୀଙ୍କ ଏଭଳି କାଣ୍ଡକୁ ଦେଖି ପାଇଲଟ ଅନ୍ୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗି କହିଥିଲେ, ‘ବିମାନରେ ବସିଥିବା ଜଣେ ଯାତ୍ରୀ ବଆମର ବିମାନ ପରିଚାରିକା ତଥା ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା କରି ଜରୁରୀକାଳୀନ ଦ୍ବାରକୁ ଖୋଲିବାକୁ ଚେଷ୍ଟା କରୁଥିଲେ। ସୌଭାରଗ୍ୟବଶତଃ ଯାତ୍ରୀ ଜଣକ ଜରୁରୀକାଳୀନ ଦ୍ବାରକୁ ଖୋଲି ପାରି ନାହାନ୍ତି। କ୍ରୁ ସଦସ୍ୟମାନେ ତାଙ୍କୁ କାବୁ କରି ନେଇଛନ୍ତି।’

ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଘଟଣା ବିଷୟରେ ସୂଚନା ପାଇବା ପରେ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦେଇଥିଲେ। ଫଳରେ ପାଇଲଟ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନାହାନ୍ତି। ବିମାନରେ ଥିବା ୬୭ଜଣ ଯାତ୍ରୀଙ୍କ ସମେତ ୪ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଯାଇଛନ୍ତି। ବିମାନର ସୁରକ୍ଷିତ ଅବତରଣ ପରେ, ଘଟଣାରେ ସମ୍ପୃକ୍ତ ଥିବା୨୩ ବର୍ଷୀୟ ମାରିଓ ନିକ୍ପ୍ରେଲାଜଙ୍କୁ ପୁଲିସ ଗିରଫ କରି ନେଇଛି।

Leave a Reply

Your email address will not be published. Required fields are marked *