Xx

ପାଟଣା ବିମାନବନ୍ଦରର ନୂଆ ସମନ୍ଵିତ ଟର୍ମିନାଲ କୋଠାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Spread the love

ପାଟନା : ସିକିମର ବିକାଶ ଯାତ୍ରା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ପ୍ରଗତିର ଏକ ଆଦର୍ଶରେ ପରିଣତ ହୋଇଛି ଏବଂ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଭାବେ ଉଭା ହୋଇଛି। ଅଟଳ ସେତୁ ସହିତ ସିକିମ ଏବଂ ଦାର୍ଜିଲିଂ ମଧ୍ୟରେ ସଂଯୋଗରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। ସିକିମ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ନୂତନ ଭାରତର ବିକାଶ ଇତିହାସରେ ଏକ ଉଜ୍ଜଳ ଅଧ୍ୟାୟ ପାଲଟି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସିକ୍କିମ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଆଲିପୁରଦୁଆର ଜିଲ୍ଲାରେ ୧ ହଜାର ୧୦ କୋଟି ଟଙ୍କା ମୂଲ୍ୟର ଗ୍ୟାସ ବିତରଣ ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରି କହିଛନ୍ତି ଯେ ବିକଶିତ ଭାରତ ଗଠନ ପାଇଁ ରାଜ୍ୟଗୁଡ଼ିକର ବିକାଶ ଜରୁରୀ।
ତେବେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ସିଲିଗୁଡ଼ିର ବାଗଡୋଗରା ବିମାନବନ୍ଦରରୁ ଭିଡିଓ କନଫରେନ୍‌ସିଂ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବୋତ୍ତର ରାଜ୍ୟ ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍ ଯିବାର ଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ସିକ୍କିମର ଭାରତରେ ବିଲୟ ହେବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଆଉ ସାମିଲ ହେବେ ନାହିଁ। ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସିକ୍କିମ ଗସ୍ତ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *