୧୮

ବାତ୍ୟା ଅକଭାନ ପାଇଁ SSBର ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା ବାତିଲ

Spread the love

ଭୁବନେଶ୍ୱର: ବାତ୍ୟା ‘ଅକୱାନ୍’ (Akvan) କୁ ଦୃଷ୍ଟିରେ ରଖି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ଚୟନ ବୋର୍ଡ (SSB) ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ପରୀକ୍ଷାର୍ଥୀ ମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି କରାଯାଇଥିବା ପାଣିପାଗ ସତର୍କତାକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି।

ଫଳସ୍ୱରୂପ ବିଜ୍ଞାପନ ସଂଖ୍ୟା ୦୧/୨୦୨୬ ଅଧୀନରେ ନଭେମ୍ବର ୨୧ ଏବଂ ୨୩ ତାରିଖରେ ହେବାକୁ ଥିବା କମ୍ପ୍ୟୁଟର-ଆଧାରିତ ପରୀକ୍ଷା (CBT) ଗୁଡ଼ିକୁ ସ୍ଥଗିତ ରଖାଯାଇଛି। ତେବେ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପରବର୍ତ୍ତୀ ତାରିଖଗୁଡ଼ିକରେ—ଯଥା ନଭେମ୍ବର ୨୫ ଓ ୨୭ ତାରିଖ ଏବଂ ଡିସେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ।

ସ୍ଥଗିତ ରଖାଯାଇଥିବା ପରୀକ୍ଷାଗୁଡ଼ିକ ପାଇଁ ନୂତନ ତାରିଖ ସମ୍ପର୍କରେ ବୋର୍ଡ ପକ୍ଷରୁ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ସର୍ବଶେଷ ଅପଡେଟ୍ ଏବଂ ଅନ୍ୟାନ୍ୟ ସରକାରୀ ଘୋଷଣା ସମ୍ପର୍କରେ ଜାଣିବା ପାଇଁ ନିୟମିତ ଭାବେ ରାଜ୍ୟ ଚୟନ ବୋର୍ଡର ଅଫିସିଆଲ୍ ୱେବସାଇଟ୍ (www.ssbodisha.ac.in) ଯାଞ୍ଚ କରନ୍ତୁ।

Leave a Reply

Your email address will not be published. Required fields are marked *