23

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଆସନ୍ତାକାଲି ୪୫ ମିନିଟ୍ ବନ୍ଦ ରହିବ UPI ସେବା

Spread the love

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା । ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍ ପାଇଁ ବ୍ୟାଙ୍କର UPI ସେବା ବନ୍ଦ ରହିବ । ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି । ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଏହି ସେବା ସାମୟିକ ଭାବେ ବନ୍ଦ ରହିବ ।

ବ୍ୟାଙ୍କର ସୂଚନା ଅନୁସାରେ, ନଭେମ୍ବର ୧୯ ତାରିଖ ଦିନ ୧ଟା ୧୫ ମିନିଟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ SBIର UPI ସେବା ଉପଲବ୍ଧ ହେବ ନାହିଁ । ଏହି ସମୟରେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ । ତେବେ ଧାର୍ଯ୍ୟ ସମୟ ପୂର୍ବରୁ ମଧ୍ୟ ଏହି କାମ ଶେଷ ହୋଇପାରେ ବୋଲି ମଧ୍ୟ ବ୍ୟାଙ୍କ ସ୍ପଷ୍ଟ କରିଛି । ନିର୍ଦ୍ଧାରିତ ମେଣ୍ଟେନାନ୍ସ କାର୍ଯ୍ୟ ଯୋଗୁଁ ଏହି ସମୟରେ UPI ସେବା ସାମୟିକ ଭାବେ ବନ୍ଦ ରହିବ । ଏଥିପାଇଁ ଗ୍ରାହକଙ୍କୁ ହେବାକୁ ଥିବା ଅସୁବିଧା ପାଇଁ ବ୍ୟାଙ୍କ ଦୁଃଖ ପ୍ରକାଶ କରିଛି ।

ତେଣୁ SBI ଗ୍ରାହକମାନେ ନଭେମ୍ବର ୧୯ ତାରିଖରେ ଉକ୍ତ ୪୫ ମିନିଟ୍ ସମୟକୁ ଧ୍ୟାନରେ ରଖି ନିଜର ଜରୁରୀ UPI କାରବାର ପୂର୍ବରୁ କରିନେବା ଭଲ । ସେବା ପୁନର୍ବାର ଆରମ୍ଭ ହେବା ପରେ ସାଧାରଣ ଭାବେ UPI ପେମେଣ୍ଟ୍ କରିହେବ ।

Leave a Reply

Your email address will not be published. Required fields are marked *